Nehodí se? Vůbec nevadí! Zboží můžete vrátit až do 30 dní
S dárkovým poukazem nešlápnete vedle. Obdarovaný si za dárkový poukaz může vybrat cokoliv z naší nabídky.
Až 30 dní na vrácení zboží
ରୋହିତ ଦାଶ ପେଶାରେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ " ଆଦ୍ୟ ଅକ୍ଷର" କବିଙ୍କ କାବ୍ୟ ଜୀବନର ପ୍ରଥମ ସ୍ବାକ୍ଷର । ନୁଆଁ ନୁଆଁ କଲେଜରେ ପଢୁଥିବା ବେଳର ଆଦ୍ୟ ସ୍ତୁତି, ଆଦ୍ୟ ପୁଲକ ଯାହା ସ୍ଵତଃ ଝରି ଆସିଥିଲା ତାଙ୍କ କଲମମୁନରୁ କବିତା ହୋଇ ସେ ସବୁରୁ ଉଈ ମୁହଁରୁ ବଂଚି ଯାଉଥିବା କିଛି କବିତା ଏ ସଂକଳନରେ ତାରିଖର କ୍ରମାନ୍ଵୟରେ ସନ୍ନିବେଶିତ । ଏ ସଂକଳନରେ ସନ୍ନିବେସିତ କବିତାସବୁକୁ ସେ କୁହନ୍ତି । କଂଚା ବୟସର ଅନଭିଜ୍ଞ ହାତର ସ୍ଵାକ୍ଷର ଆଧୁନିକ ମଣିଷର ପ୍ରେମ,ନିରାଶା, ଅସହାୟତା, ଦୁଃଖଦୁର୍ଦଶା, ଅଜଣା ଅବୁଝା ରହସ୍ୟ, ସନ୍ଦିହାନମୟ ସ୍ଥିତି ଓ ଅସ୍ତିତ୍ବ, ସଂଶୟ, ଜୀବନ ଜୀବିବିଷା, ଜିଜ୍ଞାସା, ଦ୍ବିଧାବୋଧ ହିଁ ଏ କବିତାସବୁର ମୁଳପିଣ୍ଡ । ଛନ୍ଦମୁକ୍ତ ହେଲେବି କବିତା ସବୁରେ ଥିବା ସାଙ୍ଗିତିକତା ହିଁ ଏ କବିତାର ମୁଖ୍ୟ ଆକର୍ଷଣ ରୋହିତ ଦାଶ ଜଣେ ଚର୍ଚ୍ଚିତ କବି ଓ ଗାଳ୍ପିକ । ଦେଶ ବିଦେଶର ପତ୍ର ପତ୍ରିକାରେ ତାଙ୍କର ଅନେକ ଲେଖା ପ୍ରକାଶିତ ତାଙ୍କର ଲେଖା ମଧ୍ୟ ଅନ୍ୟ ଅନେକ ଭାଷାକୁ ଅନୁଦିତ (ଆଦ୍ୟ ଅକ୍ଷର ତାଙ୍କ ପ୍ରକାଶିତ ୧୪ ତମ ପୁସ୍ତକ ।ଆଗରୁ ପ୍ରକାଶ ପାଇଥିବା ତାଙ୍କର ୫ ଟି କବିତା ସଂକଳନ, ୪ ଟି ଗପ ବହି, ୧ ଉପନ୍ୟାସ ଓ ୩ ଟି ଇଂରାଜୀ କବିତା ସଂକଳନ ପାଠକ ମହଲରେ ବେଶ ଆଦୃତ ହେଇ ସାରିଛି ।
Ahoj! Jsem Libroamiko, tvůj knižní rádce.
Jak ti můžu pomoct?