Nehodí se? Vůbec nevadí! Zboží můžete vrátit až do 30 dní
S dárkovým poukazem nešlápnete vedle. Obdarovaný si za dárkový poukaz může vybrat cokoliv z naší nabídky.
Až 30 dní na vrácení zboží
ବଙ୍ଗୀୟ ଔପନ୍ୟାସିକ ଶରତଚନ୍ଦ୍ରଙ୍କ 'ପରିଣୀତା' ଉପନ୍ୟାସ ଏକ ବହୁଚର୍ଚ୍ଚିତ, ବହୁ ଭାଷାରେ ଅନୂଦିତ ସାର୍ଥକ ଉପନ୍ୟାସ, ଯେଉଁଠି ଭାରତୀୟ ସମାଜର ପ୍ରେମ, ପ୍ରଣୟ ଓ ମଧୁର ସମ୍ପର୍କର ଚିତ୍ର ବେଶ ପ୍ରତିଫଳିତ। ଏହାର କଥାବସ୍ତୁ କେତୋଟି ଯୁବ ସୁଲଭ ପ୍ରାଣର ପ୍ରବାହକୁ ନେଇ ଚଳ ଚଞ୍ଚଳ। ଭଲ ପାଇବା-ତହିଁରୁ ସମ୍ପର୍କର ମାନସିକ ସଂଘର୍ଷ ସୃଷ୍ଟି, ସନ୍ଦେହର ଘନ କୁହେଳି, ଧାର୍ମିକ ବାତାବରଣକୁ ନେଇ ସାମାଜିକ ସମ୍ପୃକ୍ତି, ପ୍ରେମର ପବିତ୍ରତା, ଚରତ୍ରଗୁଡିକର ସରଳତା ଓ ନିର୍ଦ୍ଦୋଷତା, ସର୍ବୋପରି ପ୍ରେମର ଜୈତ୍ର ପତାକାର ବିଜୟୋତ୍ସବକୁ ସ୍ରଷ୍ଟା ନିଖୁଣ ରୂପେ ବର୍ଣ୍ଣନା କରିଛନ୍ତି।
ଔପନ୍ୟାସିକଙ୍କ ରଚନା ଶୈଳୀ ଓ ଭାଷା ସମ୍ପୂର୍ଣ୍ଣ ସରଳ, ତରଳ, ଭାବଗମ୍ଭୀର ତଥା ବହୁ ଅର୍ଥପୂର୍ଣ୍ଣ। ଯେଉଁଠି ଯେତିକି ଆବଶ୍ୟକ ସ୍ରଷ୍ଟା ତାକୁ ହିଁ ଉପଯୋଗ କରିଛନ୍ତି। ପରିଣୀତା ଏକ ପ୍ରେମ କାହାଣୀ ନୁହେଁ ବରଂ ବଙ୍ଗୀୟ ସାମାଜିକ, ସାଂସ୍କୃତିକ ବୈଭବକୁ ସୂକ୍ଷ୍ମ ବିଶ୍ଳେଷଣ କରିଛି ଯାହାକୁ ଅନୁବାଦକ ଡକ୍ଟର କୈଳାସ ବାଣ୍ଠ ସୁନ୍ଦର ଓ ମାର୍ଜ୍ଜିତ ଭାଷାରେ ଅନୁସୃଜନ କରିଛନ୍ତି। କୋରାପୁଟରେ ଥିବା ସମୟରେ ସେ ଏହାର ମୂଳଭିତ୍ତି ପକାଇଥିଲେ। ମୁଁ ଜାଣିବାରେ ସେ ଜଣେ ପ୍ରଗଳଭ ଶ୍ରେଣୀକକ୍ଷର ଅଧ୍ୟାପକ ଓ ସାରସ୍ୱତ ସଭାମଞ୍ଚର ବାଗ୍ମୀ ବକ୍ତା। ଶବ୍ଦ ଓ ଭାଷାର ଯାଦୁକାରୀ ସ୍ପର୍ଶରେ ସେ ସମସ୍ତଙ୍କୁ ଆକୃଷ୍ଟ କରିପାରନ୍ତି। ତେଣୁ ଅନୁବାଦକଙ୍କର ଭାଷା ଖୁବ ହୃଦୟସ୍ପର୍ଶୀ ବୋଲି ମୁଁ ନିଜେ ଅନୁଭବ କରିଛି। ଆଶା, ଏହା ବହୁ ପାଠକୀୟ ଆଦୃତି ବୃଦ୍ଧି କରିବାରେ ତାଙ୍କୁ ସହାୟକ ହେବ।
ଅନୁସୃଜନଟି ଓଡ଼ିଆ ସାହିତ୍ୟକୁ ତା'ର ଯଥେଷ୍ଟ ଅବଦାନ ରଖିବ କାରଣ ଅନୁବାଦକ ଅନୁବାଦର ସମସ୍ତ ବିଧି ଓ ବିଧାନକୁ ସାଦରେ ଗ୍ରହଣ କରିଛନ୍ତି। ତାଙ୍କର ଶ୍ରମ ସାର୍ଥକ ହେଉ, ଏହାହିଁ ଆଶା କରୁଛି।
--ସଞ୍ଜିତ କୁମାର ଦାସ, ଅଧ୍ୟାପକ, ଇଂରେଜୀ ଭାଷା ଓ ସାହିତ୍ୟ ବିଭାଗ,, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ , ଓଡ଼ିଶା, କୋରାପୁଟ
Ahoj! Jsem Libroamiko, tvůj knižní rádce.
Jak ti můžu pomoct?